ସପ୍ତମ ଜିଲ୍ଲା ପରିଷଦ ଓ ଦିଶା କମିଟି ବୈଠକ :ଚୋରା ବାଲି ବ୍ୟବସାୟ କୁ ନେଇ ହୋ ହଲ୍ଲା……!

କଟାକ୍ଷ ରେ ଘାଇଲା ହେଲେ ବିଧାୟକ…!

youtube


ବ୍ରହ୍ମପୁର: ଛତ୍ରପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷି କୂଲ୍ୟା ସମ୍ମିଳନୀ କକ୍ଷରେ ୭ ତମ ଜିଲ୍ଲା ପରିଷଦ ଓ ଜିଲ୍ଲା ଉନ୍ନୟନ ସମନ୍ନୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପରିଷଦ ଅଧକ୍ଷ ଅଞ୍ଜଳି ସ୍ୱାଇଁଙ୍କ ଅଧକ୍ଷାତାରେ ଅନୁଷ୍ଠିତ ବୈଠକ ରେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବ୍ରହ୍ମପୁର ଓ ଆସିକା ସାଂସଦ ବ୍ରହ୍ମପୁର ମେୟର ସଂଘ ମିତ୍ରା ଦଳେଇ, ଛତ୍ରପୁର, ଚିକିଟି, ଆସିକା, ଖଲ୍ଲିକୋଟ, ସାନଖେମୁଣ୍ଡି ବିଧାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଏହି ବୈଠକ ରେ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ବ୍ଲକ ଅଧକ୍ଷ ଓ ଅଧକ୍ଷା ଏବଂ ବହୁ ଜନପ୍ରତିନିଧି ଯୋଗ

ଦେଇଥିଲେ।ସରକାରଙ୍କ ସମସ୍ତ ଯୋଜନା ଲୋକଲୋଚନ କୁ ଆଣି କାର୍ଯକାରୀ କରିବା ପାଇଁ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ୟା ଦୂର କରିବା ସହ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ଆଲୋଚନା କରାଯାଇଥିଲା। ଆଜିର ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ଚୋରା ବାଲି ଚାଲାଣକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନେ ପ୍ରଶୟ ଦେଉଥିବା ନେଇ ଜିଲ୍ଲା ପରିଷଦ ସଭ୍ୟା ମାନେ କଟାକ୍ଷ କରିଥିବା ନେଇ ଜିଲ୍ଲାର କୋଣ ଅନୁକୋଣ ରେ ଚର୍ଚ୍ଚାର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଆସିକା ଅଞ୍ଚଳରୁ ପ୍ରତିଦିନ ସହ ସହ ହାଇୱା, ଟିପର, ଟ୍ରକ ରେ ଚୋରା ବାଲି ଚାଲାଣ ହେଉଛି। ବିନା ୱାଇ ଫର୍ମ ରେ ଏହି ବାଲି ଯେଉଁ ସବୁ ଥାନା ଓ ତହସିଲ ଅଞ୍ଚଳ ଦେଇ ଯାଉଛି। ସେ ସବୁ ଅଞ୍ଚଳର ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରଯାଇଥିବା ଆଲୋଚନା ହେଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ତାଗିତ ଯୋଗୁଁ ବାବୁ ମାନେ ଯାହା ମିଳିଲେବି ଚୁପଚାପ ଚାତକ ଭଳି ରହୁଥିବା ଗାଁ ରୁ ସହର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଜିଲ୍ଲାର ଖଣି ମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି ଏବଂ ଜିଲ୍ଲାର ବିଧାୟକ ମାନଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଛନ୍ତି ବୋଲି କଥା ଏବେ ଚାରି କାନ୍ଥ ରୁ ବାହାରି ଚାହା ଖଟିରେ ଚର୍ଚ୍ଚା ହେଲାଣି l ବର୍ତ୍ତମାନ ଜିଲ୍ଲାର ପ୍ରାୟ ସବୁ ବିଧାୟକ ଙ୍କ ନଜର ଏବେ ଖଣି ଏବଂ ମଦ ଉପରେ ତେଣୁ କଟାକ୍ଷ ହେବା ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି l ଏହି ହୋ ହାଲ୍ହା ରେ ପ୍ରଶାସନ କଳ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.