ସ୍ବଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର, ହିଞ୍ଜିଳିକାଟୁ ୫ସ୍ଥାନ

youtube

ହିଞ୍ଜିଳିକାଟୁ : ଦେଶର ସ୍ଵଚ୍ଛ ସହର ଗୁଡ଼ିକ ର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଶ୍ରୀମତି ଦ୍ରୈ।ପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ ଓଏଚୟୁଏ) ଦ୍ଵାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି।ଏହି ଅବସରରେ ୨୦ହଜାରରୁ ୫୦ହଜାର ଜନସଂଖ୍ୟା ଥିବା ହିଞ୍ଜିଳିକାଟୁ ପୌର ପରିଷଦ ସ୍ତରରେ ଓଡିଶାରେ ୫ମ ଓ ଜାତୀୟ ୧୧ ତମ ସ୍ଥାନ ହାସଲ କରିଛି। କ୍ୟାଟେଗୋରି-୨ ରେ ୨୦ ରୁ ୫୦ ହଜାର ଜନ ସ ସଂଖ୍ୟା ବିଶିଷ୍ଟ ସହର ଏହରରେ ସ୍ବଚ୍ଛତା, ପରିମଳ ଓ ଓ ମଳ ଉପଚାର କ୍ଷେତ୍ରରେ ହିଞ୍ଜିଳିକାଟୁ ପୌର ପରିଷଦ ବଡ ଜାତୀୟ ମଧ୍ୟରେ ୫ମ ସ୍ଥାନ ସହ ସ୍ତରରେ ୧୧ତମ ସ୍ଥାନ ହାସଲ କରିଛି।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୪-୨୫ ର ପ୍ରକାଶିତ ଫଳାଫଳ ଅନୁଯାୟୀ ହିଞ୍ଜିଳିକାଟୁ ପୌରପରିଷଦ ବିଭିନ୍ନ ବର୍ଗରେ ସମୁଦାୟ ୧୦୧୦୯ ମାର୍କ ପାଇଛି । ଏହି ସଫଳତା ହାସଲ ଦିଗରେ ବିଦାୟୀ ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଜୁବୁଲି ଚରଣ ବେହେରାଙ୍କ ନେତୃତ୍ବ ଓ ଅକ୍ଲାନ୍ତ ଚେଷ୍ଟା ସହ କନିଷ୍ଠ ସ୍ବଚ୍ଛତା ଅଧିକାରୀ ସମୀର ମହାନ୍ତି, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସୁମନ ଆଚାରୀ,ଜମାଦାର ରବିଦ୍ର ଗୌଡ, ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପର ଭାଇଜର, ପରିମଳ ସୁପର ଭାଇଜର ଓ ସଫେଇ କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମ ଯୋଗୁ ସମ୍ଭବ ହୋଇଛି। ସ୍ବଚ୍ଛ ସର୍ବେକ୍ଷଣରେ ଗରିମା ବୃଦ୍ଧି କରିଛି। ଏହାର ହିଞ୍ଜିଳିକାଟୁ ପୌର ପରିଷଦର ଶ୍ରେୟ ସହରବାସୀଙ୍କୁ ଅର୍ପଣ କରଯାଇଛି।

Leave A Reply

Your email address will not be published.