ପ୍ରଥମ କ୍ଳଷ୍ଟରସ୍ତରୀୟ ବୈଠକ

youtube

ଚିକିଟୀ : ଏହି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ କରବାଲୁଆ କ୍ଳଷ୍ଟରରେ ଶିକ୍ଷାବର୍ଷ ୨୦୨୫-୨୬ ର ପ୍ରଥମ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା , ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁବାଟିକା ପରିଚାଳନା, ଚତୁର୍ଥ ଶ୍ରେଣୀର ଗଣିତ ଶିକ୍ଷଣକାର୍ଯ୍ୟ ସମ୍ପର୍କିତ ବିଷୟବସ୍ତୁ ଗୁଡିକୁ ସି ଆର ସି ସି ମିନତି କୁମାରୀ ପାଠୀ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ଚିକିଟୀ ପେଣ୍ଠ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣ୍ଡିରି ଓ କରବାଲୁଆ, ପ୍ରାଥମିକ ବିଦ୍ୟାଳୟ ବଡ଼ଗାଁ, ଲିଆଖାଇ, କୋଳଥିଆ, ବାଳିକା ବିଦ୍ୟାଳୟ ଚିକିଟୀ ପେଣ୍ଠ, ଭୋଳସିଙ୍ଗି, କୁମ୍ଭାର ସାହି ଚିକିଟୀ ଗଡ଼ର ପ୍ରଧାନ ଶିକ୍ଷକଙ୍କ ସହିତ ଜଣେ ଶିଶୁ ବାଟିକା ଶ୍ରେଣୀ ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସକାଳର ପ୍ରଥମ ଅଧିବେଶନ ବରିଷ୍ଠ ଶିକ୍ଷକ ଓ ସି ଆର ସି ସି ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବେଳେ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ଧନ୍ୟବାଦ ଅର୍ପଣରେ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.