ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ, ଯୁବକ ଗିରଫ

youtube

କୁକୁଡ଼ାଖଣ୍ଡି : ନିଜ ମୃତ ଭାଇକୁୁ କୀଟନାସକ ଔଷଦ ଦେଇଥିବା ଦୋକାନୀଙ୍କୁ ମୁକବଧିର ଭାଇ ନେଲା ପ୍ରତିଶୋଧ, ଲୁହା ରୋଡ଼ରେ ମାରି କଲା ଲହୁଲୁହାଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ପୁଲିସ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମରେ । ଗତ ମେ ୮ ତାରିଖରେ ଅଭିଯୁକ୍ତର ଭାଇ ମେହେକାଳ ବିଷୋୟୀ ବିଷାକ୍ତ କୀଟନାଷକ ପିଇ ମୃତ ବରଣ କରିଥିଲା । ଏନେଇ ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ନଂ ୧୬/୨୫ ରେ ପଂଜିକରଣ କରି ତଦନ୍ତ କରିଥିଲା ସଦର ଥାନା ପୁଲିସ । ନିଜ ଭାଇକୁ ହରାଇ ମାନସିକ ଚାପଗସ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଅଭିଯୁକ୍ତ ସୀମାଚଂଳ ବିଶୋୟୀ । ନିଜ ଭାଇକୁ କୀଟ ନାଶକ ଔଷଧ ବିକ୍ରି କରିଥିବା ଦୋକାନୀକୁ ପାନେ ଦେବା ପାଇଁ ଜଗି ବସିଥିଲା ଅଭିଯୁକ୍ତ । ଗତ ଶୁକ୍ରବାର ରାତି ୮.୩୦ ମିନିଟ ସମୟରେ ଗଙ୍ଗାଧର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ବଧିର ସୀମାଚଂଳ ବିଷୋୟୀ ଏକ ଲୁହାକାତିରେ ଲାଠୀ ତଳଶଙ୍ଖ ନିକଟରେ ଗଙ୍ଗାଧର ମୁଣ୍ଡକୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ତାଙ୍କ ପରିବାରବର୍ଗ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରିଥିଲେ । ଏନେଇ ତାଙ୍କ ପୁଅ ଅଂଶୁମାନ ପଣ୍ଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୀମାଂଚଳ ବିଷୋୟୀଙ୍କୁ ଗିରଫ କରି ଥାନା କେସ୍ ନଂ ୩୨୧/୨୫ରେ ମାମଲା ରୁଜୁ କରି କୋର୍ଟ ଚାଲାଟ କରିଥିôବା ଥାନା ଅଧିକାରୀ ରାମସୁବ୍ରମଣ୍ୟମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.