ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡ଼ା ଙ୍କୁ ଗଞ୍ଜାମ ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟି ରେ ଚୟନ…..!

add-all


ବ୍ରହ୍ମପୁର: ଆସିକା ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା ଙ୍କୁ ଜଳସମ୍ପଦ, ପୂର୍ତ୍ତ, ବିଦ୍ୟୁତ,ପାନୀୟ ଜଳ ଯୋଗାଣ, ପରିମଳ ଆଦି ବିଭାଗ ର ଷ୍ଟାଣ୍ଡିଙ୍ଗ କମିଟି ରେ ଚୟନ କରାଯାଇଛି। ଦୀର୍ଘ ବର୍ଷ ହେଲା ଆସିକା ଅଞ୍ଚଳ ର ଆଗ ଧାଡ଼ିର ଜଣେ ଲଢୁଆ ନାରୀ ନେତ୍ରୀ ଭାବେ ଅନିମା ପରିଡ଼ା ରହି ଆସିଛନ୍ତି। ତାଙ୍କୁ ଗଞ୍ଜାମ ଜିଲ୍ଲା ପରିଷଦ ବୋର୍ଡ଼ ପକ୍ଷରୁ ଚୟନ କରାଯାଇଛି। ଚୟନ ହେବା ପରେ ଏନେଇ ଅନିମାନଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି। ମୁଁ ଏହି ସମସ୍ତ ବିଭାଗର ଜନସାଧାରଣ ଯେପରି ସମସ୍ତ ସୁବିଧା ପାଇ ପାରିବେ ତାହା ପ୍ରତି ଗୁରୁତ୍ୱ ଦେବି ବୋଲି କହୁଛନ୍ତି। ସୂଚନା ଥାଉକି ଅନିମା ଜଣେ ବିଜେଡି ର ଆଗଧାଡିର ନେତ୍ରୀ, ଦଳ ସଂଘଠନ ରେ ଏବଂ ଦଳର ଶୃଙ୍ଖଳା ପ୍ରତି ଅତି ଯତ୍ନବାନ l ତାଙ୍କ ସ୍ୱାମୀ ସୂର୍ଯ୍ୟ ପରିଡା ମଧ୍ୟ ଜଣେ ବିଜେଡି ର ଆଗଧାଡିର ନେତା ବିଜେଡି ଦଳ ପ୍ରତି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଗଭୀର ସଂମ୍ମାନ ରହିଛି କେବଳ ଆସିକା ନୁହଁ ଗଞ୍ଜାମ ଜିଲ୍ଲା ବିଜେଡି ସଂଘଠନ ରେ ଭୂମିକା ରହିଛି l

ad-week
Leave A Reply

Your email address will not be published.