କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ, ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ, ମିଳିଲାଣି ୧୧୫ଟି ପ୍ଲଟ

କେନ୍ଦୁଝର : କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଚାଲିଛି ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ।ସି ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ।
ଅନୁଗୁଳରେ ରହିଛି ଚାରି ମହଲା ଘର । ତାଙ୍କର ୧୧୫ ଟି ପ୍ଲଟ ଥିବା ଜଣାଯାଇଛି । ଅନଗୁଳ ବନ୍ତଳାରେ ଥିବା ପୈତୃକ ଘର ସହ ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । କେନ୍ଦୁଝର କେନ୍ଦୁଲିଫ ଡିଏଫଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । କେନ୍ଦୁଝରରେ ଥିବା ସରକାରୀ କ୍ୱାଟରରେ ଓ ନୟାଗଡ଼ କୋମଣ୍ଡାରେ ଥିବା ପୁଅର ଆବାସିକ ଘରେ ଚଢ଼ାଉ ଜାରି ରହିଛି । କୋମଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୁଅର ଅଫିସ ଚାମ୍ବରରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାଯାଇଛି ।