ଅଭାବନୀୟ ଘଟଣା; ପୁଲିସ ଅଧିକାରୀଙ୍କୁ ହତ୍ୟା କଲା ପ୍ରେମିକ

youtube

ନୂଆଦିଲ୍ଲୀ: ଗୁଜରାଟର କଚ୍ଛ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପ୍ରେମିକଙ୍କ ନାମ ଦିଲୀପ ଡାଙ୍ଗାଚିୟା । ଦିଲୀପ ଜଣେ ସିଆରପିଏଫ କନଷ୍ଟେବଳ ଥିବା ଜଣାପଡ଼ିଛି।

ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଅରୁଣା ଯାଦବ ଅଞ୍ଜାର ପୁଲିସ ଷ୍ଟେସନରେ ଏଏସଆଇ ଭାବରେ ନିଯୁକ୍ତ ଥିବା ବେଳେ ଅଭିଯୁକ୍ତ ଦିଲୀପ ଡାଙ୍ଗାଚିୟା ଜଣେ ସିଆରପିଏଫ କନଷ୍ଟେବଳ ।
ଅରୁଣାଙ୍କ ଲିଭ୍-ଇନ୍ ପାର୍ଟନର ଥିଲେ ଦିଲୀପ । ଗତଶୁକ୍ରବାର ରାତି ପ୍ରାୟ ୧୦ଟାରେ ଦିଲୀପ ଓ ଅରୁଣାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା। ଏହି ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା କି ଦିଲୀପ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଶେଷରେ ସେ କିଛି ଉପାୟ ନପାଇ ରୋଷେଇ ଘରେ ଥିବା ଏକ ଛୁରୀକୁ ଆଣି ଅରୁଣାଙ୍କ ଉପରେ ଆକ୍ରମଣ କରି ତାଙ୍କ ଗଳାକୁ କାଟି ହତ୍ୟା କରିଥିଲେ।

ହତ୍ୟା ପରେ ସଙ୍ଗେସଙ୍ଗେ ଦିଲୀପ ପ୍ରେମିକ‌ା ଅରୁଣା ଡିୟୁଟି କରୁଥିବା ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରି ଡିୟୁଟିରେ ଥିବା ଅଧିକାରୀଙ୍କୁ ଘଟଣା ବିଷୟରେ ବଖାଣିଥିଲେ କହିଥିଲେ । ଦିଲୀପଙ୍କ ଆତ୍ମସମର୍ପଣ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଞ୍ଜାର ଡିଭିଜନର ଡେପୁଟି ଏସପି ମୁକେଶ ଚୌଧୁରୀ କହିଛନ୍ତି,‘ ଅରୁଣା ଏବଂ ଦିଲୀପ ୨୦୨୧ ମସିହାରେ ଇନଷ୍ଟାଗ୍ରାମ ମାଧ୍ୟମରେ ଚିହ୍ନା ପରିଚୟ ହୋଇଥିଲେ। ଉଭୟ କିଛି ଦିନ ହେବ ଏକାଠି ରହୁଥିଲେ।’

Leave A Reply

Your email address will not be published.