ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ , ଗ୍ରୀନ କରିଡ଼ରରେ ଗଲେ ଏୟାରପୋର୍ଟ

youtube

ଭୁବନେଶ୍ୱର  :ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ  । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ସାଙ୍ଗରେ ଅଛନ୍ତି ଡାକ୍ତର ଓ ଅନ୍ୟ ଲାଇଫ ସପୋର୍ଟ ସରଞ୍ଜାମ । ପୀଡିତାଙ୍କ ସହ ପରିବାର ଲୋକ ମଧ୍ୟ ଦିଲ୍ଲୀ ଯାଉଛନ୍ତି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ସେପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବାବେଳେ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହୋଇଛି। ଏମ୍ସର ଡାକ୍ତରୀ ଦଳ ସହ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଏମ୍ସ ଯାଇଛନ୍ତି।

ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୋଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ।

Leave A Reply

Your email address will not be published.