ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

youtube

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ବଳଙ୍ଗା ପୀଡ଼ିତା । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ । ପୀଡିତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।

ଏଥିପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବେ । ବ୍ୟକ୍ତିଗତ ଭାବେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଝିଅଟିର ତ୍ୱରିତ ଆରୋଗ୍ୟ କାମନା ନିମନ୍ତେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ସେପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବାବେଳେ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହୋଇଛି । ଏମ୍ସର ଡାକ୍ତରୀ ଦଳ ସହ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଏମ୍ସ ଯାଇଛନ୍ତି ।

ସୂଚନାଯୋଗ୍ୟ, ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ପିପିଲି ପରେ ଏମସକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.