ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

add-all

ପୁରୀ: ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ । ପିସିସିର ସାଧାରଣ ସମ୍ପାଦକ ୟାସିର ନବାଜଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଆଇନମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଦାହ କରିଛନ୍ତି ।

ଶନିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଠାରେ ନାବାଳିକାକୁ ତିନିଜଣ ଦୁର୍ବୁତ୍ତ ନିଆଁ ଲଗାଇ ଜାଳି ଦେବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ । ଯାହାକୁ ନେଇ ପୋଲିସର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବ କଂଗ୍ରେସ ଦାବି କରିଛି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ଯୁବ କଂଗ୍ରେସ ଦାୟି କରିଛି ।‌ ରାଜ୍ୟରେ ପ୍ରତିଦିନ ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ, ଦୁଷ୍କର୍ମ ଏବଂ ହତ୍ୟା ଭଳି ସାଂଘାତିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହା ବିଜେପି ସରକାରର ଅପାରଗତା ବୋଲି କହିଛି ଯୁବ କଂଗ୍ରେସ ।

ad-week
Leave A Reply

Your email address will not be published.