
ପୁରୀ : ବଳଙ୍ଗାରେ ବିଜେଡିର ବିକ୍ଷୋଭ । ବଳଙ୍ଗା ଥାନା ଘେରିଲେ ବିଜେଡି କର୍ମୀ । ଛାତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ମାମଲାରେ ବଳଙ୍ଗା ଥାନା ଘେରିଲା ବିଜେଡି । ଆନ୍ଦୋଳନ ବେଳେ ପୋଲିସ ସହ ବିଜେଡି କର୍ମୀଙ୍କ ଠେଲାପେଲା, ଧସ୍ତାଧସ୍ତି । ଥାନା ଫାଟକ ଆଗରେ କର୍ମୀଙ୍କୁ ରୋକିଲେ ପୋଲିସ ।
ଅନ୍ୟପଟେ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ବଳଙ୍ଗା ପୋଡା ପୀଡିତା । ଶରୀରର ୭୫ ପ୍ରତିଶତ ପୋଡିଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରବିବାର ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ପୀଡିତାଙ୍କ ପରିବାରର ୨ ସଦସ୍ୟଙ୍କ ସମେତ ଏମ୍ସ ଡାକ୍ତରୀ ଟିମ୍ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କର ଅଧିକ ଚିକିତ୍ସା ହେବ ।