ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ : ୧୨ ଜଣ କାଉଡିଆ ଆହତ ,୩ ଗୁରୁତର

add-all

ହିଞ୍ଜିଳିକାଟୁ : ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମ କାଳୀ ମନ୍ଦିର ନିକଟରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ କାଉଡିଆ ଆହତ ସୋଇଥିବାବେଳେ ୩ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମାନେ ହେଲେ ଆଦି ନାରାୟଣ ରାଓ(୩୦), ୱ।ଇ ଦିନେଶ (୨୧) ଓ ଶିବପ୍ରସାଦ ପାଢି (୨୫) । ଗୁରୁତର ଆହତ ଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। କାଉଡିଆମାନେ ଏକ ମାଲବାହୀ ଅଟୋ ଗାଡ଼ିରେ କୁରୁଳା ଗ୍ରାମ ରୁ ଆସିକା ଯାଉଥିଲେ । ଆସନ୍ତାକାଲି ଶ୍ରାବଣ ପ୍ରଥମ ସୋମବାର ଦିନ ସେମାନେ ଆସିକା ନଦୀରୁ ପାଣି ଧରି ନିଜ ଗ୍ରାମ କୁରୁଳା ଗ୍ରାମ ମହାଦେବଙ୍କୁ ଜଳଲାଗି କରିଥାନ୍ତେ । କୁରୁଳା ଗ୍ରାମ ରୁ ୨୦ରୁ ଉର୍ଦ୍ଧ ବୋଲବମ୍ ଭକ୍ତ ଙ୍କୁ ଏକ ମାଲବାହୀ ଅଟୋ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ବୁରୁପଡା ଗ୍ରାମ କାଳୀ ମନ୍ଦିର ଛକରେ କ୍ୟୈଣସୀ କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଆହତ ମାନେ ହେଲେ ୱ୍।ଇ ସାଇରାମ୍ ରାଓ,କେ ଶିବରାମ ପାତ୍ର,ସ୍ଵାଧିନ ବେହେରା, ଗଣେଶ ଡାକୁଆ,ସୁନିଳ ଗୈାଡ, ପ୍ରଫୁଲ୍ଲ କୁମାର ସେଠୀ,ଏ ଆୟୁଷ ରାଓ, ଶାନ୍ତନୁ ବେହେରା, କାହ୍ନୁଚରଣ ବେହେରା, ଆଶିଷ କୁମାର ସାହୁ ପ୍ରମୁଖ ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଆହତମାନଙ୍କୁ ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ଚିକିତ୍ସାଳୟରେ ପହଞ୍ଚି ସ୍ଵାସ୍ଥ୍ୟସେବା ପଚାରି ବୁଝିଥିଲେ।ପରେ କୃଷ୍ଣ ଚନ୍ଦ୍ର ସୁଆସିଆ ଓ ଗ୍ରାମବାସୀ ହିଞ୍ଜିଳି ମେଡିକାଲ ରେ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.