ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ଡିଜି

youtube

ବଳଙ୍ଗା : ପୁରୀ ବଳଙ୍ଗା ବାୟାବରରେ ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଘଟଣାର ୩୬ ଘଣ୍ଟା ପରେ ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ନା ଚିହ୍ନଟ ହୋଇଛନ୍ତି ।  ଆଜି ଖୋଦ୍ ଡିଜି ଘଟଣା ସ୍ଥଳକୁ ଯାଇଥିଲେ ।  ସାଙ୍ଗରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଉପସ୍ଥିତ ଅଛନ୍ତି  ।  ଅନ୍ୟପଟେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଘଟଣାସ୍ଥଳରେ ୧୦ ଜଣିଆ ଫରେନସିକ୍ ଟିମ ତଦନ୍ତ କରୁଛନ୍ତି  ।  ପ୍ରମାଣ ଖୋଜିବା ସହ ନାବାଳିକା ଜଣଙ୍କ ପ୍ରଥମେ କେଉଁଠିକି ନିଜ ଜୀବନ ବଞ୍ଚାଇବା ପାଇଁ ଯାଇଥିଲେ ତାଙ୍କ ଘରକୁ ଯାଇ ପଚରା ଉଚରା କରୁଛି ପୋଲିସ  ।

Leave A Reply

Your email address will not be published.