ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ;୨ ଶିକ୍ଷକ ଅଟକ

youtube

ବାଲେଶ୍ବର:ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକ ଅଟକ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଟକ ଅଭିଯୁକ୍ତମାନେ ହେଲେ ଚରମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ୍‌ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳ ।

ଅଭିଯୋଗ ଅନୁସାରେ, ଦୁଇ ଶିକ୍ଷକ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା ସହ ତାଙ୍କୁ ନିଜ ରୁମ୍‌କୁ ଡାକିବା ସହ ବିଭିନ୍ନ ଧମକ ଚମକ ଦେଉଥିଲେ । ଏହାକୁ ବିରୋଧ କରିବାରୁ ଶିକ୍ଷକ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଉଥିଲେ। ଏନେଇ ଛାତ୍ରୀ ଜଣକ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଶେଷରେ ଛାତ୍ରୀଙ୍କ ମାଆ ରାଇବଣିଆ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରାଇବଣିଆ ପୋଲିସ ରବିବାର ବିଳମ୍ବିତ ରାତିରେ ଦୁଇ ଜଣ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.