ଢାକାରେ କଲେଜ ଉପରେ ଖସିପଡ଼ିଲା ବିମାନ: ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା

youtube

ଢାକା: ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି। ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି।  ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟ୍‌ ଦୁର୍ଘଟଣାରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେହି ସଂଖ୍ୟା ବୃଦ୍ଧି ପାଇଁ ୧୯ରେ ପହଞ୍ଚିଛି।

ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଇଲଷ୍ଟୋନ୍ କଲେଜର ଉତ୍ତରା କ୍ୟାମ୍ପସରେ ବିମାନଟି ଧକ୍କା ଖାଇଥିବା କୁହାଯାଉଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାଂଲାଦେଶ ସେନା କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଏବଂ ସିଭିଲ ଡିଫେନ୍ସର ଆଠଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଜଣେ ଅଧିକାରୀ କହିଛନ୍ତି ଯେ, ମାଇଲଷ୍ଟୋନ୍ କଲେଜ ନିକଟରେ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହେବା ସମ୍ପର୍କରେ ସୂଚନା ମିଳିବା ପରେ ତିନୋଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.