ଦ୍ଵିତୀୟ ଦିନରେ ଡିଏଫଓ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ ଜାରି

add-all

କେଉଁଝର : ଦ୍ଵିତୀୟ ଦିନରେ ମଧ୍ୟ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।  ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ। ଅନୁଗୁଳ ଚଢ଼ାଉ ପରେ ନିତ୍ୟାନନ୍ଦ ନାୟକଙ୍କୁ କେଉଁଝର ନେଇଛି ଭିଜିଲାନ୍ସ। ସେଠାରେ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରାଯିବ।

ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟୀକ ଜମା ନେଇ ଯାଞ୍ଚ କରୁଛି ଏକ ଟିମ ।  ସ୍ଥାବର ସମ୍ପତ୍ତିର ମୁଲ୍ୟ ନେଇ ଆକଳନ କରୁଛି ଭିଜିଲାନ୍ସ ଟେକନିକାଲ ୱିଙ୍ଗ। ସରକାରଙ୍କୁ ଦେଇଥିବା ସମ୍ପତ୍ତି ଷ୍ଟେଟମେଂଟରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଛନ୍ତି ନିତ୍ୟାନନ୍ଦ ନାୟକ।

ଏତେ ସମ୍ପତ୍ତି କେମିତି କଲେ ସେ ନେଇ ଜେରା ହେବେ ଡିଏଫଓ। ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଡିଏଫ ନିତ୍ୟାନନ୍ଦ ନାୟକ ନିଜ ଓ ପରିବାର ଲୋକଙ୍କ ନାଁରେ ୧୧୫ଟି ପ୍ଲଟ ଥିବା ସୂଚନା ରହିଛି ।

ad-week
Leave A Reply

Your email address will not be published.