
ପଟ୍ଟାମୁଣ୍ଡାଇ : ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର। କେନ୍ଦ୍ରାପଡାର ବନ୍ୟା ଅଞ୍ଚଳରେ କୁମ୍ଭୀର ଆତଙ୍କ l ଆଜି ପୁଣି ଥରେ କୁମ୍ଭୀର ନଦୀକୂଳରେ ବୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତର ଜେନାପାଟଣା ଗାଁରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଉଠି ଆସି ଗାଁରେ ଥିବା ଖେଳ ପଡିଆରେ ବୁଲୁଥିବା ନଜରକୁ ଆସିଛି । ଜଳସ୍ତର କମୁଥିବାରୁ କୁମ୍ଭୀରଟି ଯାଇ ନପାରି ଖେଳ ପଡିଆରେ ରହିଯାଇଥିବା ଅନୁମାନ କରାଯାଉଛି।