ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ…

ନାରୀ ସୁରକ୍ଷାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ…

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ। ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଦିନକୁ ଦିନ ନାରୀ ମାନଙ୍କ ଉପରେ ହିଂସା, ଅତ୍ୟାଚାର ବଢିବାରେ ଲାଗିଛି। ରାଜ୍ୟ ସରକାର ଏହା ଉପରେ ରୋକ ଲଗାଇବାରେ ବିଫଳ ହେଉଥିବା ନେଇ ବିରୋଧୀ ଅଭିଯୋଗ କରିବା ସହ ବିକ୍ଷୋଭ କରୁଥିବା ବେଳେ କେଉଁଠି ନାରୀ ନିଆଁରେ ଜଳି ଗୁରୁତ୍ତର ହେଉଛି ତ ପୁଣି କେଉଁଠି ନ୍ୟାୟ ନପାଇ ଆତ୍ମହୁତି ଦେଉଛି। ଏହାକୁ ନେଇ ରାଜ୍ୟର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନା ପୂର୍ଣ ରହିଥିବା ବେଳେ ଏହାରି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ନାବାଳିକାର ପରିବାର ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅ କୁ ବହୁ ଖୋଜା ଖୋଜି ପରେ ଝିଅର କୌଣସି ପତ୍ତା ମିଳି ନଥିଲା। ତେବେ ଏହାରି ମଧ୍ୟରେ ଜିଲ୍ଲା ସଦର ରୁ ଜୟପୁରକୁ ସ୍ନାଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟି ଠାରେ ବିଳମ୍ବିତ ରାତିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରି ମାଲକାନଗିରି ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି ସଦନ ଗୃହରେ ରଖିଥିଲେ। ଏହା ସହ ଟ୍ରକ ଚାଳକକୁ ଅଟକ ରଖିଥିଲେ। ଏନେଇ ଖବର ପାଇବା ପରେ ଆଜି ଉକ୍ତ ନାବାଳିକାର ମା ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ୩୬୩/୨୫ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ନାବାଳିକାର ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଶକ୍ତି ସଦନରେ ରଖା ଯାଇଥିବା ଜଣା ପଡିଛି।

ad-week
Leave A Reply

Your email address will not be published.