

ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା…
ବ୍ରହ୍ମପୁର: ଅଶାନ୍ତ ଗଞ୍ଜାମ ଜିଲ୍ଲା ଦିନକୁ ଦିନ ବଢିଚାଲିଛି ଅରାଜକତା, ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ l ଏଠାରେ ସୂଚନା ଥାଉକି ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନ ରେ ବସିଥିବା ଦୋକାନୀ କୁ ଧାରୁଆ ଅସ୍ତ୍ରରେ ସଂଘବଧ ଆକ୍ରମଣ ହୋଇଛି l ତିନି ରୁ ଉର୍ଦ୍ଧ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଗୁଡ଼ୁ ସାହୁ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ମଦ ଦୋକାନ ରେ ସେ ପୁର୍ବ ରୁ କାମ କରୁଥିଲେ ସେହି ଆହାତ ବ୍ଯକ୍ତି। ପୁର୍ବ ରୁ ତାଙ୍କ ନାମରେ ରହିଛି ଥାନାରେ ଅନେକ ମାମଲା । କ୍ଷମତା ଓ ନିଜ ଅଞ୍ଚଳ ରେ ପ୍ରତିହାରା ଯାହିର କରିବା ଲାଗି ରହିଥିବା ପୁର୍ବ ସତୃତା ଯୋଗୁ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ସୁଚନା ମିଳିଛି। କିଛିଦିନ ତଳେ ଆକ୍ରମଣ ହୋଇଥିବା ଆକ୍ରମଣ ରୁ ବର୍ତ୍ତିଯାଇ ଥିବା ବେଳେ ଆଜି କଳମ୍ବ ନିକଟ ରେ ସଂଘବଦ୍ଧ ଭାବେ ଆସି ଆକ୍ରମଣ କରିଥିବା ଜଣା ପଡିଛି ତେବେ ଆକ୍ରମଣ ରେ ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କିଏ ଓ କାହିଁକି ଗୁଡ଼ୁ ଙ୍କୁ ଆକ୍ରମଣ କଲା ତାହାର ତଦନ୍ତ କରୁଛି ପୋଲିସ। ଗଞ୍ଜାମ ଜିଲ୍ଲାରେ ନୂତନ ସରକାର ଆସିବା ପରେ ଅପରାଧତତ୍ତ୍ୱ ମାନେ ସକ୍ରିୟ ହୋଇଥିବା ଜଣା ପଡିଛି। ପ୍ରତିଯୋଗିତା ଭାବେ ମୁଣ୍ଡ ଗଡେଇବା ଆରମ୍ଭ ହୋଇଯାଇଛି। ମାଫିଆ ମାନଙ୍କ ପ୍ରତି ନେତାଙ୍କ ଆଶୀର୍ବାଦ ଥିବା ଯୋଗୁଁ ଆଜି ଗଞ୍ଜାମ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି। ଜିଲ୍ଲାରେ ପୁଣି ଏନକାଉଣ୍ଟରର ଆବଶ୍ୟକତା ନିହାତି ଦରକାର ହୋଇ ପଡିଛି। ପ୍ରତେକ ଘଟଣା ପଛରେ ମଦ ଓ ବାଲି ମାଫିଆ ମାନଙ୍କ ସମ୍ପୃକ୍ତି ଥିବା ଆଲୋଚନା ହୋଇ ଆସୁଛି। ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି