ନୟାଗଡ ଜିଲ୍ଲାରେ କାଠ ମାଫିଆ ସକ୍ରିୟ :୧୨୦ ଖଣ୍ଡ ଶାଗୁଆନ ପଟା ଜବତ ଜଣେ ଗିରଫ…

ବନ କର୍ମଚାରୀ ଆହତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ଓଡ଼ଗାଁ ପାଇକ ସାହି ଠାରୁ ଏକ ନମ୍ବର ବିହୀନ ଟ୍ରାକ୍ଟର ସହିତ ୧୨୦ ଖଣ୍ଡ ଶାଗୁଆନ ପଟା ଜବତ କରାଯାଇଛି। ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଦୌଡ଼ି ପଳାଇ ଯାଇଥିବା ବେଳେ କାଠ ବୋଝେଇ ଟ୍ରକକୁ ସୁରକ୍ଷା ଦେଉଥିବା ଚୋରା କାଠ ବ୍ୟବସାୟୀକୁ ଗିରଫ କରାଯାଇଛି।ଗିରଫ କାଠ ବ୍ୟବସାୟୀ ଠାରୁ ଓଡି ୨୫- ୬୩୮୯ ବାଇକ୍ ଜବତ କରାଯାଇଥିବା ବେଳେ ୧୨୦ ଖଣ୍ଡ କାଠ ପଟା ଜବତ କରାଯାଇଛି। ଜବତ କାଠ ର ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।ଗିରଫ କାଠ ବ୍ୟବସାୟୀ ଜଣକ ଓଡ଼ଗାଁ ଏନଏସି ବିଲମାନପୂରର ହୃଷୀକେଶ ରାଉତ(୪୧) ।ବନ ବିଭାଗ ଓଆର – ୧୪ ଓଫ ୨୦୨୫/୨୬ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।
ଅନ୍ୟପକ୍ଷରେ ଟ୍ରାକ୍ଟର କୁ ଅଟକାଇ ଗାଡ଼ିର ଚାବି ଆଣିବାକୁ ଚେଷ୍ଟା କରୁଥିବା ବନ କର୍ମଚାରୀ ଚିତ୍ରସେନ ପ୍ରଧାନଙ୍କୁ ଟ୍ରାକ୍ଟର ମଡାଇ ଚାଲିଯିବାରୁ ତାଙ୍କର ଗୋଡ଼ ଓ ହାତ ଭାଙ୍ଗି ଯାଇଛି । ସୂଚନା ଅନୁଯାୟୀ ବନପାଳ ସରିତା ବରାଳଙ୍କ ନେତୃତ୍ୱରେ ବନରକ୍ଷୀ ସୌମ୍ୟ ରଞ୍ଜନ ଦଳେଇ ଏବଂ ପ୍ରୋଟେକ୍ସନ୍ ଟିମ୍ ସକାଳ ୪ ବେଳେ ପାଟ୍ରୋଲିଂ କରୁଥିବା ବେଳେ ବିଲ ମାନପୁର ଠାରେ କାଠ ବୋଝେଇ ଟ୍ରାକ୍ଟରକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲା ମାତ୍ର ସେଠାରୁ ଖସି ଆସି ଓଡ଼ଗାଁ ଅଭିମୁଖେ ଆସିଥିଲା ।ଓଡ଼ଗାଁ ରାଧାକାନ୍ତ ମଠ ଠାରେ ଟ୍ରାକ୍ଟର ପହଞ୍ଚିବା ପରେ ବନ କର୍ମଚାରୀ ମାନେ ଟ୍ରାକ୍ଟର ଆଗରେ ପାଟ୍ରୋଲିଂ ଭ୍ୟାନକୁ ରଖିଥିଲେ ।ଟ୍ରାକ୍ଟର ଅଟକିବା ପରେ ଆହତ ବନ କର୍ମଚାରୀ ଟ୍ରାକ୍ଟର ଚାବି ଆଣିବାକୁ ଚେଷ୍ଟା କରିଥିଲେ ମାତ୍ର ଟ୍ରାକ୍ଟର ଚାଳକ ମୋଡ଼ ବଦଳାଇ ଅନ୍ୟ ରାସ୍ତାରେ ଚାଲି ଯିବାରୁ କର୍ମଚାରୀ ଜଣକ ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ଟ୍ରାକ୍ଟର ଚଢ଼ିଯାଇଥିଲା । ପରେ ଟ୍ରାକ୍ଟର କୁ ପାଇକ ସାହି ପର୍ଯ୍ୟନ୍ତ ନେଇ ଟ୍ରାକ୍ଟର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଓ ବନ ବିଭାଗ ଚାଳକ କୁ ଖୋଜୁଛି ସୂଚନା ଥାଉକି ଜିଲ୍ଲାରେ କାଠ ମାଫିଆ ସକ୍ରିୟ ଜଙ୍ଗଲ ସଫା କରି ମୂଲ୍ୟବାନ କାଠ ରୀତିମତ ଚୋରା ଚାଲାଣ ହେଉଛି, ଏଥିରେ କିଛି ବନ ବିଭାଗ କର୍ମଚାରୀ ମଧ୍ୟ ଲିପ୍ତ ଥିବା ଅଭିଯୋଗ ଆସୁଛି l

ad-week
Leave A Reply

Your email address will not be published.