ସୋରଡ଼ା ଅବକାରୀ ବିଭାଗ କୁ ସଫଳତା : ୫ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ…

ଆସିକା ଅବକାରୀ ଅଫିସରଙ୍କୁ ଗୋଦି ମିଡ଼ିଆ ର ନାଲି ଆଖି….!

youtube

ଆଇନ ନଜାଣି ଅପଦସ୍ତ ହୋଇ ଫେରିଲେ ସାମ୍ବାଦିକ ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗ ଏକ ଟ୍ରକରେ ଆସୁଥିବା ୫ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ କୁ ଜବତ କରି ଆସିକା ଅବକାରୀ କାର୍ଯ୍ୟାଳୟ ଠାରେ ଗତ ମଙ୍ଗଳବାର ରାତ୍ରରେ ରଖିଥିଲେ। ରାତ୍ର ହୋଇଯିବା ଓ ଏହି ଚୋରା ଗଞ୍ଜେଇ ରେ ସମ୍ପୃକ୍ତ ଅନ୍ୟ ମାନଙ୍କ ସମ୍ପର୍କ ରେ ତଥ୍ୟ ସଂଗ୍ରହ କରୁଥିଲେ ଅବକାରୀ ବିଭାଗ। ଘଟଣା ଜାଣିବାକୁ ପାଇଁ କିଛି ଗୋଦି ମିଡ଼ିଆ ଆସିକା ଅବକାରୀ କାର୍ଯ୍ୟାଳୟ ରେ ଜବର ଦସ୍ତ ପ୍ରବେଶ କରି ଭିଜୁଆଲ ନେବା ସମୟରେ ଆସିକା ଅବକାରୀ ବିଭାଗ କର୍ମଚାରୀ ବାରଣ କରିଥିଲେ।ତଦନ୍ତ ହେବା ପରେ ଅବକାରୀ ସୁପର ଟେଣ୍ଡେଣ୍ଟ ସମସ୍ତ ତଥ୍ୟ ଦେବେ ବୋଲି କହିବା ପରେ ତିନିଜଣ ଗୋଦି ମିଡ଼ିଆ ନାଲି ଆଖି ଦେଖାଇବା ସହ ନିୟମ କାନୁନ ସମ୍ପର୍କ ରେ ଯୁକ୍ତି କରି ଅପଦସ୍ତ ହେବା ପରେ ସେଠାରୁ ଫେରି ଯାଇଥିବା ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଥାଉକି ପୂର୍ବରୁ ଏହି ତିନି ଜଣ ଧରାକୋଟ ବ୍ଲକର ମୁଣ୍ଡ ମରେଇ ର ଏକ ରାଇସ ମିଲର ଗମ ଚାଉଳ ର ଭିଜୁଆଲ ଦେଖାଇ ମୋଟା ଅଙ୍କ ଦାବୀ କରି ନେବା ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥିବାର ନଜିର ରହିଛି। ଧରାକୋଟ ଏବଂ ଆସିକା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରେ ଥିବା କ୍ରସର ଓ ଇଟା ଭାଟିରୁ ଅର୍ଥ ଦାବୀ କରିଥିବା ଭିଡିଓ ବି ପୂର୍ବରୁ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା। ସୋରଡ଼ା ଅବକାରୀ ବିଭାଗ ଜବତ କରିଥିବା ଗଞ୍ଜେଇ କୁ ଆସିକା ଅବକାରୀ ବିଭାଗ କୁ ତଥ୍ୟ ମାଗି ଅପଦସ୍ତ ହେବା ଘଟଣା ହାଟରେ ପଡ଼ି ଏବେ ଦାଣ୍ଡରେ ଗଡୁଛି। ପ୍ରକାଶ ଥାଉକି ୫ କୁଇଣ୍ଟାଲ ରୁ ଉର୍ଦ୍ଧ ଜବତ ଗଞ୍ଜେଇ ଗଜପତି ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ସୋରଡ଼ା ଅବକାରୀ ବିଭାଗ ଜି. ଦାମଦର ପଲ୍ଲୀ ନିକଟରୁ ଉକ୍ତ ଗଞ୍ଜେଇ ଧରିଥିବା ଜଣା ପଡିଛି।

Leave A Reply

Your email address will not be published.