ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲେ ପୋଲିସ ଟିମ୍‌

youtube

ନିମାପଡା: ନିମାପଡା ଜିଲ୍ଲା ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଆଁ ଲଗଇ ପୋଡିଦେବା ମାମଲାରେ ସ୍ପେସିଆଲ ସ୍କ୍ବାଡ୍‌ର ୩ଟି ଟିମ ଓ ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ତଦନ୍ତ କରୁଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।

୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଟ୍ରାକ କରୁଛି ସାଇବର ପୋଲିସ ଅନ୍‌ଲାଇନ୍‌ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୁଲିସ ପଚରାଉଚରା ଜାରି ରଖିଛି । ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଆଜି ଦିଲ୍ଲୀ ଏମ୍ସର ଅନୁମତି ମାଗିପାରେ ପୋଲିସ । ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ପୋଲିସ୍ ଟିମ୍ ।

ସୂଚନାଯୋଗ୍ୟ, ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ମାତ୍ର ସେ ଅଜଣା ଯୁବକ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ, ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.