
କେନ୍ଦୁଝର: ବନ୍ଧା ହେଲେ ଜମିଦାର DFO ବାବୁ!। କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରଖିଥିଲା । ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ନିତ୍ୟାନନ ନାୟକଙ୍କର ଅନୁଗୁଳର ୩ ଟି ସ୍ଥାନରେ, ନୟାଗଡ଼ର ୨ ଟି ସ୍ଥାନରେ ଓ କେନ୍ଦୁଝର ର ୨ଟି ଠିକଣାରେ ଭିଜିଲାନସ୍ ଚିମର ଚଢ଼ାଉ ଜାରି ରହିଥିଲା । ନିଜ ଓ ପରିବାର ଲୋକଙ୍କ ନାଁରେ ଠାବ ହୋଇଛି ୧୧୫ଟି ପ୍ଲଟ । ଲକ୍ଷ ଲକ୍ଷ ଟଙ୍କା ସହ ରିଭଲଭର , ବ୍ୟାଙ୍କ ଓ ଜମିଜମା କାଗଜପତ୍ର ଜବତ କରାଯାଇଥିଲା ।