ମୁକ୍ତ ହେବେ ନିମିଷା ପ୍ରିୟା !

add-all

କୋଚି : ୟେମେନରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯାଇପାରେ। ଏହି ଦାବି କରିଛନ୍ତି ଡାକ୍ତର କେ ଏ ପଲ୍, ଯିଏ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନିମିଷା ମୁକ୍ତି ପରେ ଖୁବ୍ ଶୀଘ୍ର ଭାରତ ଫେରି ଆସିବେ।

ୟେମେନରେ ଏକ କ୍ଲିନିକ୍ ଚଳାଉଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବିରୋଧରେ ତାଙ୍କ ନିଜ ସାଥୀ ଆବଦୋ ମହଦିଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି, ଏହି ମାମଲାରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ନର୍ସଙ୍କ ପରିବାର ବ୍ଲଡମନି ( ଇସ୍ଲାମୀୟ ଦେଶରେ ପ୍ରଚଳିତ ଏକ ପ୍ରକାରର ଆର୍ଥିକ କ୍ଷତିପୂରଣ ବ୍ୟବସ୍ଥା) ପାଇଁ ପୀଡିତଙ୍କ ପରିବାର ସହିତ ଆଲୋଚନା କରିଥିଲେ, କିନ୍ତୁ ପୀଡିତଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ହୋଇ ନଥିଲେ । ଏହା ପରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଜୁଲାଇ ୧୬ ତାରିଖ ସ୍ଥିର କରାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା। ମୃତ୍ୟୁଦଣ୍ଡ ସ୍ଥଗିତ ରଖିବା ପଛରେ ଭାରତ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଗତ ସପ୍ତାହରେ ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲା ଯେ ଏହା ଏକ ସଂବେଦନଶୀଳ ପ୍ରସଙ୍ଗ । ଭାରତ ସରକାର ଏହି ସମସ୍ୟାର ଏକ ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଓ ୟେମେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।

ad-week
Leave A Reply

Your email address will not be published.