ଜଗତସିଂହପୁର ଗଣଦୁଷ୍କର୍ମ: କଟକରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

newyr25

ଜଗତସିଂହପୁର: ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ  ପୋଲିସ୍ ଚଢ଼ାଉ ଜାରି ରହିଛି । ତେବେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଥିବା ବେଳେ ଗତକାଲି ରାତିରେ ପୋଲିସ୍ ଜଣଙ୍କୁ ଉଠାଇ ଆଣିଥିଲା । ଆଜି ଆଉ ଜଣଙ୍କୁ  ଗିରଫ କରିଛି ପୋଲିସ୍ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଥିଲା । ବାନ୍ଧବୀଙ୍କ ସହ ସାଙ୍ଗ ଘରକୁ କେକ୍ କାଟିବାକୁ ଯାଉଥିବା ବେଳେ  ଦୁଇ ଜଣ ଦୁର୍ବୃତ୍ତ ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଟେକି ନେଇ ଦୁ‌ଷ୍କର୍ମ କରିଛନ୍ତି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ମହକୁମାରୁ ୫ କିଲୋମିଟର ଦୂରରେ ଥିବା ଏହି ଗାଁର ପୀଡିତା ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ‌ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ ।

ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ। ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସ ଡକାଇ ପୀଡ଼ିତାଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ପୀଡିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି । ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୋଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ପୋଲିସ କହିବା ଅନୁଯାୟୀ ଦୁର୍ବୃତ୍ତଙ୍କ ସଂପର୍କରେ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଅନ୍ୟପଟେ ପୀଡିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା ଜାରି ରଖିଛି। ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.