ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

add-all

ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରେ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼।

ଧନଖଡ଼ଙ୍କ ହଠାତ ଏତେ ବଡ଼ ନିଷ୍ପତ୍ତି ପରେ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଗଦୀପ ଧନଖଡ଼ଜୀ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି। ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି।

ଯଥାଶୀଘ୍ର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କରିବାକୁ ପଡ଼ିବ। ସମ୍ବିଧାନ ଅନୁଯାୟୀ, ମୃତ୍ୟୁ, ଇସ୍ତଫା କିମ୍ବା ପଦରୁ ବହିଷ୍କାର ପରେ ଉପରାଷ୍ଟ୍ରପତି ପଦବୀ ପୂରଣ ପାଇଁ ଖୁବ୍ ଶୀଘ୍ର ନିର୍ବାଚନ ହୋଇଥାଏ। ଜଗଦୀପ ଧନଖଡ଼ଙ୍କ କାର୍ଯ୍ୟକାଳ ବିଷୟରେ କହିବାକୁ ସେ ତାଙ୍କ କାର୍ଯ୍ୟକାଳ ସମୟରେ ଖୁବ ଚର୍ଚ୍ଚାରେ ରହିବା ସହିତ ଅନେକଥର ତାଙ୍କ ବୟାନ ବିବାଦ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.