ରାଜ୍ୟସଭାରୁ ଅବସର ନେଉଥିବା ୬ ସଦସ୍ୟଙ୍କୁ ବିଦାୟୀ ସମ୍ୱର୍ଦ୍ଧନା , ଜଣେ ସାଂସଦଙ୍କ ଫେରିବା ନିଶ୍ଚିତ

youtube

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ବେଳେ ପୂର୍ବତନ ଉପରାଷ୍ଟ୍ରପତି ଜଗଦିପ୍‌ ଧନଖଡଙ୍କ ଇସ୍ତଫାରେ ରାଜ୍ୟସଭା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁବାର ଉପର ସଦନରେ ସେହି ୬ ସଦସ୍ୟଙ୍କୁ ବିଦାୟୀ ଦିଆଯାଇଛି, ଯାହାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଉପାଧ୍ୟକ୍ଷ ହରିବଂଶ ଏହି ପୂରା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଛନ୍ତି। ସେ ଆବଶ୍ୟକ କାଗଜପତ୍ର ଟେବୁଲ ଉପରେ ରଖି ୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା କହିଥିଲେ। ଯେଉଁଥିରେ ଜଣେ ଏଆଇଏଡିଏମକେର ପି ୱିଲସନ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଗୃହକୁ ଫେରୁଛନ୍ତି। 

ସାଂସଦଙ୍କ ବିଷୟରେ ଦର୍ଶାଇ ଉପାଧ୍ୟକ୍ଷ କହିଛନ୍ତି , ଡିଏମକେର ଏମ୍‌ ମହମ୍ମଦ ଅବଦୁଲ୍ଲା ଓ ଏନ୍‌ ଶନମୁଗମ, ଏଆଇଏଡିଏମକର ଏମ୍‌ ଚନ୍ଦ୍ରଶେଖରନ୍ ଓ ପି ୱିଲସନ , ପିଏମକେର ଡା ଅମ୍ୱୁମଣି ରାମଦୋସ ତଥା ଏମଡିଏମକେର ଏମ ଭୈକୋଙ୍କ ଉପର ସଦନରେ କାର୍ଯ୍ୟକାଳ ଶେଷ ହେଉଛି। ଏହି ସଦସ୍ୟମାନେ ସଦନରେ ହୋଇଥିବା ଡିବେଟ୍‌ , ଆଲୋଚନ ଓ ଅନ୍ୟ ବୈଠକ ଗୁଡ଼ିକରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ମୁଁ ସମସ୍ତଙ୍କର ଉତ୍ତମ ଭବିଷ୍ୟତ କାମନା କରୁଛି।

ସଦନର ନେତା ତଥା କେନ୍ଦ୍ର ମନ୍ତ୍ରୀ ଜେ ପି ନଡ୍ଡା କହିଛନ୍ତି , ସଦନରେ ସମୟାନୁସାରେ ନୂଆ ସଦସ୍ୟ ଆସନ୍ତି ଏବଂ କାର୍ଯ୍ୟକାଳ ସଂପୂର୍ଣ୍ଣ ହେବା ପରେ ଚାଲି ଯାଆନ୍ତି। ସେ କହିଛନ୍ତି , ଗଣତନ୍ତ୍ରରେ  ଆଲୋଚନା ଓ ବିତର୍କ ସ୍ୱାଭାବିକ। ଗଣତନ୍ତ୍ରରେ ଅସହମତିର ମଧ୍ୟ ସ୍ଥାନ ରହିଥାଏ ଏବଂ ଆମେ ଏହା ମଧ୍ୟ ବିଶ୍ୱାସ କରନ୍ତି। ଆମର ବିଦାୟୀ ସହକର୍ମୀମାନେ ମତଭେଦ ସତ୍ତ୍ୱେ ବିତର୍କରେ ବିଭିନ୍ନ ସମସାମୟିକ , ସାମାଜିକ ଓ ଆଇନଗତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଭଂ ଏହାକୁ ଉଚ୍ଚ ସ୍ତରୀୟ କରିଥିଲେ । ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ।

Leave A Reply

Your email address will not be published.