ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

add-all

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ ( ବ୍ରିଟେନ) ଗସ୍ତ ସମୟରେ ଗୁରୁବାର ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗ୍ରାମୀଣ ବାସଭବନ ଲଣ୍ଡନ ନିକଟସ୍ଥ ଚେକର୍ସରେ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିଥିଲେ। ଏହି ଅବସରରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
ଏହି ଚୁକ୍ତିନାମାକୁ ଭାରତ ଏବଂ ୟୁକେ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୁଯୋଗର ଚାବିକାଠି ଭାବରେ ବିବେଚନା କରାଯାଉଛି। ଏହା ଭାରତର ଯୁବପିଢ଼ି ପାଇଁ ବିଶେଷ ଲାଭଦାୟକ ହେବ, କାରଣ ଏହା ଅନ୍ତର୍ଜାତୀୟ ସ୍ତରରେ କାମ କରିବାର ସୁଯୋଗ ବୃଦ୍ଧି କରିବ।
ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଏହି ଚୁକ୍ତିନାମା ସିଧାସଳଖ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି), ଆଇ ଭିତ୍ତିକସେବା, ଆର୍ଥିକ ସେବା, ବୃତ୍ତିଗତ ସେବା (ଯେପରିକି ପରିଚାଳନା ପରାମର୍ଶ, ସ୍ଥାପତ୍ୟ ଏବଂ ଇଞ୍ଜିନିୟରିଂ), ଏବଂ ଶିକ୍ଷା-ସମ୍ବନ୍ଧୀୟ ସେବାଗୁଡ଼ିକୁ ଲାଭଦାୟକ କରିବ। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜନାମା ପାଇଁ ଗତ କିଛି ବର୍ଷ ଧରି ଆଲୋଚନା ଚାଲିଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହା ଅଟକି ରହିଥିଲା ।

ad-week
Leave A Reply

Your email address will not be published.