ଅଲ ଓଡିଶା ରିପୋର୍ଟର୍ସ ଆସୋସିଏସନର ସାଙ୍ଗଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

youtube

ଚିକିଟୀ- ଚିକିଟୀ ବ୍ଲକ ରାମଗୁଡା ସ୍ଥିତ ମା ବାଳକୁମାରୀ ଙ୍କ ପୀଠରେ ବୁଧବାର ଆଲ ଓଡିଶା ରିପୋର୍ଟର୍ସ ଆସୋସିଏସନ ର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ସଭାପତି ତ୍ରିପତି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଉରା ରାଜ୍ୟ ସଭାପତି ଡ଼ ସୁଧାଂଶୁ ଶେଖର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉପଦେଷ୍ଟା ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସଂଗଠନ ସମ୍ପର୍କ ରେ ଆଲୋଚନା କରିଥିଲେ। ଅତିଥି ମାନଙ୍କୁ ଗଞ୍ଜାମ ଆଉରା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜଗନ୍ନାଥଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।

ସାମ୍ବାଦିକ ମାନଙ୍କ ସୁରକ୍ଷା ସର୍ବୋପରି ହୋଇଥିବା ବେଳେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି ଯଦ୍ୱାରା ସାମ୍ବାଦିକ ମାନେ ସବୁବେଳେ ଅପମାନିତ, ଲାଞ୍ଚିତ ଓ ଆକ୍ରମଣ ର ଶିକାର ହେଉଥିବା ଦେଖି ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ଲାଗି ସଂଗଠନ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ଲକ୍ଷରେ ସଂଗଠନ ଗଠନ ହୋଇଥିବା ଓ ଅସନ୍ତୁଳିତ ପରିବେଶ ଆଉ ମାଟି ମା ର ସୁରକ୍ଷା ଲାଗି ବୃକ୍ଷରୋପଣ ନିହାତି ଜରୁରୀ ହୋଇ ପଡ଼ିଥିବା ନେଇ ସଭାପତି ଶ୍ରୀ ରାଉତ ନିଜ ମତ ବ୍ୟକ୍ତ କରିଥିଲେ। ସେହିପରି ସାମ୍ବାଦିକ ମାନଙ୍କୁ ଆକ୍ରମଣ ବେଳେ ବାର ବାଜିବା ସମୟରେ ଘଣ୍ଟାର ତିନି କଣ୍ଟା ଭଳି ଠିକଣା ସମୟରେ ଏକତ୍ରିତ ହେଵା ଲାଗି ଜିଲ୍ଲା ସଭାପତି ଶ୍ରୀ ତ୍ରିପତି ସାହୁ ନିଜ ଅଭିଭାଷଣ ରଖିଥିବା ବେଳେ ସାମ୍ବାଦିକ ମାନେ ନିଜକୁ ଦୁର୍ବଳ ନଭାବି ସବୁବେଳେ କର୍ତ୍ତବ୍ୟ ପରାୟଣ ଭାବେ କାର୍ଯ୍ୟ କରିବା ସହିତ ସଂଗଠନ କୁ ସୁଦୃଢ କରି ନିଜକୁ ନିଜେ ସୁରକ୍ଷା ପ୍ରଦାନ କରିବା ଲାଗି ମୁଖ୍ୟବକ୍ତା ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ପରାମର୍ଶ ଦେଇଥିଲେ। ସମ୍ପାଦକ ସନ୍ତୋଷ ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତୃଣବିନ୍ଦୁ ମହାନ୍ତି, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା କୁ ଘୁମୁସର ଓ ବ୍ରହ୍ମପୁର ଦୁଇଟୀ ସାଙ୍ଗଠନିକ ଜିଲ୍ଲା ରେ ବିଭକ୍ତ କରି ବ୍ରହ୍ମପୁର ପାଈଁ ତ୍ରିପତି ସାହୁ ଓ ଘୁମୁସର ପାଈଁ ସାଇ ପ୍ରସାଦ ପରିଡା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ସେହିପରି ଚିକିଟୀ ବ୍ଲକ ଆଉରା ସଭାପତି ଭାବେ ଅକ୍ଷୟ କୁମାର ସାହୁ ଓ ପାତ୍ରପୁର ବ୍ଲକ ସଭାପତି ଭାବେ ଆଲୁ ଜୟ ପ୍ରକାଶ ଙ୍କୁ ଚୟନ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଫୋରେଷ୍ଟର କାମନା ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ର ପ୍ରାୟ ୬୦ ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ଚିକିଟୀ ବ୍ଲକର ସଙ୍ଘଠନ ରେ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

Leave A Reply

Your email address will not be published.