
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ନିରାଳ ୠଷିପୁର ରାସ୍ତା ନିକଟରେ ମାଆ ପୁଅ କୁ ବନ୍ଧୁକ ଓ ଛୁରୀ ଦେଖେଇ ଜୀବନରେ ମାରି ଦେବାକୁ ଧମକ ଦେଇ ତିନି ଲକ୍ଷ ଟଙ୍କା ଲୁଟି ନେଲେ ଚାରି ଦୃର୍ବୁତ୍ତ l

ସୂଚନା ଅନୁସାରେ ମା ମହାଲକ୍ଷ୍ମୀ ଏସ. ଏଚ. ଜି ଗ୍ରୁପ ର ଛବିତା ବେହେରା ଓ ପାଞ୍ଚ ଜଣ ସଦସ୍ୟ ଆଜି ଆସିକା ୟୁନିୟନ ବ୍ୟାଙ୍କ୍ ରୁ ତିନି ଲକ୍ଷ ଟଙ୍କା ଗ୍ରୁପ୍ ଲୁନ ଉଠେଇ ଥିଲେ l ଗୁପ୍ ଲୁନ ଟଙ୍କା ନେଇ ମା ଛବିତା ବେହେରା ଓ ବିକ୍ରମ ବେହେରା ଏକ ବାଇକ୍ ଯୋଗେ ନିଜ ଘର ୠଷିପୁର କୁ ଫେରୁଥିବା ବେଳେ ନିରାଳ ୠଷିପୁର ରାସ୍ତା ନିକଟରେ ଚାରି ଜଣ ମୁଖା ପିନ୍ଧା ଦୃର୍ବୁତ୍ତ ଦୁଇଟି ବାଇକ୍ ଯୋଗେ ଆସି ମାଆ ପୁଅକୁ ଅଟକାଇବା ସହ ବନ୍ଧୁକ ଓ ଛୁରୀ ଦେଖେଇ ମାରିଦେବାକୁ ଧମକ ଦେଇ ପ୍ରଥମେ ବାଇକ୍ ଚାବି ଛଡେଇ ନେବା ସହ ମା ଓ ପୁଅଙ୍କ ଠାରୁ ତିନି ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୃର୍ବୁତ୍ତ l ଘଟଣା ବିଷୟରେ ଖବରପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l