ବାରହା ମାଂସ ଜବତ ଜଣେ ଗିରଫ

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ବଜାର ବସଷ୍ଟାଣ୍ଡ ରେ ଜଙ୍ଗଲି ବାରହା ମାଂସ ପଲିଥିନ ପ୍ୟାକେଟରେ ବିକ୍ରି ହେଉଥିବା ଖବର ପାଇ ଓଡ଼ଗାଁ ବନାଞ୍ଚଳ ବନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟ ରଂଜନ ଦଳେଇଙ୍କ ସହିତ ପ୍ରୋଟେକ୍ସନ ସ୍କ୍ୱାର୍ଡ ଟିମ୍ ର ରଘୁନାଥ ପ୍ରଧାନ, ରବିନାରାୟଣ ସାହୁ ଓ ଅନ୍ୟ ମାନଙ୍କୁ ନେଇ ଘଟଣା ସ୍ଥଳରୁ ବାରହା ଚମଡା ଓ ଲୋମଥିବା ୨ ପଲିଥିନ କଟା ମାଂସ ଜବତ ସହିତ ଜଣକୁ ଗିରଫ କରାଯାଇଛି।

ଗିରଫ ବ୍ୟକ୍ତି ଜଣକ ଓଡ଼ଗାଁ ଏନଏସି ହେମାମାଳି ସାହିର ଶିବରାମ ସାହୁ (୩୮) । ଗିରଫ ଶିବରାମ ସାହୁଙ୍କ କହିବା ଅନୁଯାୟୀ ସ୍ଥାନୀୟ ପାଇକ ସାହିର ସନ୍ୟାସୀ ବାରିକ (୪୧) ପ୍ରାୟ ୩୦ରୁ ୪୦ କେଜି ମାଂସ ଆଣି ତାଙ୍କର ଚାହା ଦୋକାନରେ ବିକ୍ରି କରୁଥିବା ବେଳେ ବଳକା ୫ କେଜି ମାଂସ ବିକ୍ରୀ ପାଇଁ ଶିବରାମ କୁ ଦେଇଥିଲେ ।ଶିବରାମଙ୍କ ବୟାନ ରେକର୍ଡ କରାଯାଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଓଆର ନମ୍ବର ୧୬/୨୦୨୫-୨୬ ରେ ଏକ ମାମଲା ରୁଜ୍ଜୁ କରି ଶିବରାମ କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.