ଶାସ୍ତ୍ର ଓ ଶସ୍ତ୍ର ଉଭୟ ଜରୁରୀ : ସିଡିଏସ୍

youtube

ନୂଆଦିଲ୍ଲୀ : ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ( ସିଡିଏସ ) ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ସ୍ଥିତିରେ ରହିବାକୁ ପଡିବ। ସେ କହିଛନ୍ତି ଯେ ଯୁଦ୍ଧ ପାଇଁ ଶସ୍ତ୍ର ଏବଂ ଶାସ୍ତ୍ର (ଜ୍ଞାନ) ଉଭୟ ଆବଶ୍ୟକ। 

ସେ କହିଛନ୍ତି ଯେ ଆଜିର ଯୁଦ୍ଧ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିର ମିଶ୍ରଣ, ଯେଉଁଥିରେ କାଇନେଟିକ୍  (ଅସ୍ତ୍ର-ଆଧାରିତ) ଏବଂ ନନ୍-କାଇନେଟିକ୍ (ସୂଚନା-ଆଧାରିତ) ରଣନୀତି ଉଭୟ ଅନ୍ତର୍ଭୁକ୍ତ। ଏହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର ଯୁଦ୍ଧ କୌଶଳର ସମନ୍ୱୟ। ସେ କହିଛନ୍ତି ଯେ ଆଧୁନିକ ଯୁଗର ଯୁଦ୍ଧ ପାଇଁ ଆମକୁ ଅଲଗା ପ୍ରକାରର ସୈନିକ ଆବଶ୍ୟକ, ଯେଉଁମାନେ ଏଆଇ, ସାଇବର ଯୁଦ୍ଧକୌଶଳରେ ପାରଙ୍ଗମ ଥିବେ । ସେହିପରି ଇନଫୋ ଓ୍ବାରିୟର୍ସ ବା ସୂଚନା ସୈନିକ ନ୍ୟାରେଟିଭ ଓ୍ବାର୍ କିମ୍ବା ଦୁସ୍ପ୍ରଚାର ବିରୋଧରେ ଲଢେଇ କରିବେ । ଏହା ହିଁ ଆଧୁନିକ ଯୁଦ୍ଧର ନୂଆ ପରିଭାଷା ଓ ଆଗାମୀ କାଲିର ଯୁଦ୍ଧ ବହୁତ ଅଲଗା ହେବ । 

ଭାରତ ୭ ମଇ ଭୋର ସମୟରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ପାକିସ୍ତାନ ମଧ୍ୟ ଭାରତ ବିରୁଦ୍ଧରେ ଆକ୍ରମଣାତ୍ମକ ପଦକ୍ଷେପ ଆରମ୍ଭ କରିଥିଲା ଏବଂ ଭାରତ ଦ୍ୱାରା ପରବର୍ତ୍ତୀ ସମସ୍ତ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟ ଅପରେସନ ସିନ୍ଦୂର ଅଧୀନରେ କରାଯାଇଥିଲା। ଏକ ଚୁକ୍ତିନାମା ଅନୁଯାୟୀ ୧୦ ମଇ ସନ୍ଧ୍ୟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.