ଲଗାଣ ବର୍ଷାରେ ବେହାଲ ମାଲକାନଗିରି

youtube

ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ପୋଟେରୁ, mv90,ପାଙ୍ଗାମ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି । ଏହି ଭଳି ବର୍ଷା ଲାଗି ରହିଲେ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.