ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

add-all

ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ଜରୁରୀ ଅବତରଣ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଶନିଦଶା ଲାଗିଛି କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। 

କାରଣ ୨୦୨୫ ଜୁନ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଉଡ଼ିବାର କିଛି ସମୟରେ ପରେ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣାକୁ କିଛିଦିନ ତଳେ ମାସେ ବିତିଥିବା ବେଳେ କ୍ରମାଗତ ଭାବେ ଏୟାର ଇଣ୍ଡିଆର ଭିନ୍ନଭିନ୍ନ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ପାଇଲଟ ଉକ୍ତ ବିମାନର ଜରୁରୀ ଅବତରଣ କରିଥିବା ଖବର ସାମ୍ନାକୁ ଆସିଛି।

ଶୁକ୍ରବାର ଅପରାହ୍ନରେ ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୬୧୨ ଉଡ଼ିବାର ମାତ୍ର ୧୮ ମିନିଟ ପରେ ପାଇଲଟ ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରଥିଲେ। ତେଣୁ ପାଇଲଟ ସମୟ ବିଳମ୍ବ ନକରି ଜରୁରୀଅବତରଣ ପାଇଁ ଅନୁମତି ମାଗି ଜୟପୁର ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବେ ଓହ୍ଲାଇ ଥିଲେ।
ଗତ ବୁଧବାର ଦିଲ୍ଲୀ ବିମାନବନ୍ଦରୁ ଉଡ଼ିବାକୁ ଥିବା ମୁମ୍ବାଇର ଏକ ବିମାନ ଟେକଅପ ପୂର୍ବରୁ ତ୍ରୁଟି ପରିଲକ୍ଷିତ ହେବାପରେ ଯାତ୍ରାକୁ ବାତିଲ କରାଯାଇଥିଲା। ଯେଉଁଥିରେ ୧୬୦ଜଣ ଯାତ୍ରୀ ଯାତ୍ରା କରିବାକୁ ପ୍ରସ୍ତୁତ ଥିଲେ।

ad-week
Leave A Reply

Your email address will not be published.