ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ

add-all

ପୁରୀ: ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଦିବ୍ୟ ଜ୍ୟୋତି ପରିଡା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ସ୍ବାଗତ କରିଥିଲେ ।

ପରେ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ପରିଡା ନିଜ ପ୍ରତିକ୍ରିୟାରେ ଜିଲ୍ଲାକୁ ଆଗକୁ ନେବାକୁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ ।

ଏହା ପୂର୍ବରୁ ଶ୍ରୀ ପରିଡା ଗଞ୍ଜାମର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେହିଭଳି ପୁରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଚଞ୍ଚଳ ରାଣାଙ୍କର ବିଏମସିର କମିଶନର ଭାବେ ବଦଳି ହୋଇଛି ।

ad-week
Leave A Reply

Your email address will not be published.