ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍‌ସେକ୍ସ ୭୦୦ ପଏଣ୍ଟ୍‌ ହ୍ରାସ

add-all

ମୁମ୍ବାଇ: ଲଗାତାର ଭାବେ ସେୟାର୍‌ ବଜାର ହ୍ରାସ ହେବା‌ରେ ଲାଗିଛି। ସେନ୍‌ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍‌ ହ୍ରାସ ପାଇଛି। ଯେତେବେଳେ କି ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇଛି। ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍‌ ହୋଇଛି। 

ବିଏସଇ ସେନ୍‌ସେକ୍ସର କଥା କହିବା ତ ଟପ୍‌ ୩୦ରୁ କେବଳ ଏକମାତ୍ର ସେୟାର୍‌ ଉପରମୁହାଁ ରହିଛି। ବାକି ସବୁ ତଳମୁହାଁ। ଏମମାତ୍ର ସନ୍‌ଫାର୍ମାକୁ ଛାଡ଼ି ଦେଲେ ବାକି କେଉଁଟିର ଅବସ୍ଥା ଭଲ ନାହିଁ।

ସବୁଠାରୁ ବେଶି ହ୍ରାସ ଦେଖିବାକୁ ମିଳିଛି ବଜାଜ୍‌ ଫାଇନାନ୍ସରେ। ବଜାଜ୍‌ ଫାଇନାନ୍ସରେ ୪.୬୫ ପ୍ରତିଶତ ହାସ୍ରା ଦେଖିବାକୁ ମିଳିଥିବା ବେଳେ ଟେକ୍‌ ମହିନ୍ଦ୍ର‌ା, ଇନ୍‌ଫୋସିସ୍‌, ପାୱାର ଗ୍ରେଡ୍‌ ଆଦି ସେୟାର୍‌ରେ ୨ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଯାହାଫଳରେ ନିବେଶକଙ୍କୁ ଖୁବ୍ ଅଧିକ କ୍ଷତି ସହିବାକୁ ପଡ଼ିଛି।

ଉଲ୍ଲେଖ‌େଯୋଗ୍ୟ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସିଥିଲା। ମାତ୍ର ଗତ କିଛି ମାସ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍‌ ଜୋନ୍‌)ରେ ବଜାର ରହିଥିବା ବେଳେ ଏବେ ପୁଣି ଟ୍ରେଣ୍ଡ୍‌ ବଦଳିଛି।

ad-week
Leave A Reply

Your email address will not be published.