ଜୁଆ ଆଡ୍ଡା ଉପରେ ଚଢାଉ: ୧୯ ଗିରଫ

add-all

ବ୍ରହ୍ମପୁର: ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା। ହଠାତ ଚଢଉ କଲା ପୋଲିସ। ଏହା ଘଟଣାରେ ୧୯ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ୪ ହଜାର ଟଙ୍କା ସହ ୨ ଟି କାର୍, ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟରେ ବଡ଼ ଧରଣର ଏକ ଜୁଆ ଖେଳ ଚାଲିଥିଲା। ଖବର ପାଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଂଜନଗର ଏସଡିପିଓ ଡ. ଦୀପକ୍ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.