ଆମ ସରକାର ସମୟରେ ଜାତିଗତ ଜନଗଣନା ନ କରିବା ଭୁଲ ଥିଲା : ରାହୁଲ

add-all

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (୨୫ ଜୁଲାଇ, ୨୦୨୫) କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଜାତିଗତ ଜନଗଣନା ପ୍ରସଙ୍ଗ ଏକ ରାଜନୈତିକ ଭୂମିକମ୍ପ ଯାହା ଦେଶର ରାଜନୈତିକ ଭୂମିକୁ ଦୋହଲାଇ ଦେଇଛି।

କଂଗ୍ରେସର ‘ଓବିସି ଭାଗୀଦାରୀ ନ୍ୟାୟ ସମ୍ମିଳନୀ’କୁ ସମ୍ବୋଧିତ କରି  ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ୨୦୦୪ ମସିହାରୁ ରାଜନୀତି କରିଆସୁଛି। ଯେତେବେଳେ ମୁଁ ନିଜକୁ ମୂଲ୍ୟାଙ୍କନ କରେ, ମୁଁ ଜାଣିପାରେ ଯେ କେଉଁଠି ମୁଁ ଭଲ କାମ କରିଛି ଏବଂ କେଉଁଠି ମୋର ଅଭାବ ଅଛି… ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ। ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ, କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା।

ମୁଁ କରିଥିବା ଏହି ଗୋଟିଏ ଭୁଲ ହେଉଛି ଯେ ମୁଁ ଓବିସି ବର୍ଗ (ସ୍ୱାର୍ଥ)କୁ ଯେପରି ଭାବରେ ସୁରକ୍ଷା ଦେବା କଥା ସେପରି କରିନଥିଲି। ଏହାର କାରଣ ହେଉଛି ଯେ ମୁଁ ସେତେବେଳେ ଆପଣଙ୍କ ପ୍ରସଙ୍ଗଗୁଡ଼ିକୁ ଗଭୀର ଭାବରେ ବୁଝିପାରି ନଥିଲି।’ କାରଣ ଦଳିତଙ୍କ ସମସ୍ୟାକୁ ବୁଝିବା ସହଜ ମାତ୍ର ଓବିସିଙ୍କ ସମସ୍ୟା ଆଖିକୁ ଦେଖାଯାଏ ନାହିଁ । ମୋର ଅବଶୋଷ ଯେ ଯଦି ମୁଁ ସେତେବେଳେ ଏହି ସମସ୍ୟାକୁ ବୁଝିଥାନ୍ତି, ତେବେ ସେତେବେଳେ କଂଗ୍ରେସ ଜାତିଜନଗଣନା କରାଇଥାନ୍ତା । 

ad-week
Leave A Reply

Your email address will not be published.