
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ନୂତନ ଅଧିକାରୀ ଯୋଗଦାନ କରିବା ପରେ ଏନଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମ ରେ ଦଶପଲ୍ଲା ଵନ ବିଭାଗ ତରଫରୁ ଚଢ଼ାଉ କରାଯାଇ ୩୦ ଖଣ୍ଡ ଶାଗୁଆନ ପଟ୍ଟାକୁ ଜଵତ କରାଯାଇଛି,ଜଵତ ପଟ୍ଟା ର ମୁଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ , ଏଥି ସହ କାଠ କଟା କରତ ସହ ଅନାନ୍ୟ ସରଞ୍ଜାମ କୁ ଜଵତ କରାଯାଇଛି, ଉକ୍ତ ଗ୍ରାମରେ ବେଆଇନ ଭାବେ ଫର୍ଣ୍ଣିଚର ତିଆରି ହୋଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ନୂତନ ଦଶପଲ୍ଲା ଵନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା, ଜଵତ ପଟ୍ଟା କୁ ବନବିଭାଗ କାର୍ଯ୍ୟାଳୟ କୁ ଅଣାଯାଇଥିବା ବିଭାଗ ତରଫରୁ ଜଣାଯାଇଛି । ସୂଚନା ଥାଉକି ବର୍ତ୍ତମାନ ନୟାଗଡ ଜିଲ୍ଲା ରେ କାଠ ମାଫିଆ ସକ୍ରିୟ ବନ ବିଭାଗ ଡାଳେ ଡାଳେ ଗଲେ ମାଫିଆ ମାନେ ପତ୍ରେ ପତ୍ରେ ଯିବା ଦେଖିବାକୁ ମିଳୁଛି ଏଥିରେ କିଛି ବନ ବିଭାଗ କର୍ମଚାରୀ ର ସହଯୋଗ ରହୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ମୁଖ୍ୟତଃ ସରନକୁଳ, ଓଡଗାଁ, ଗୁଡ଼ିପଡ଼ା, ରଣପୁର, ଇଟାମାଟି, ଆଦି ଅଞ୍ଚଳ ରେ କାଠ ମାଫିଆ ସକ୍ରିୟ l ଜଙ୍ଗଲ ରୁ ମୂଲ୍ୟବାନ କାଠ ଚୋରୀ କରି ଚାଲାଣ କରିବାସହ ଫର୍ଣ୍ଣିଚର ତିଆରି କରି ପଡୋଶୀ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବି ଚାଲାଣ ହେବା ନଜିର ରହିଛି l ଦେଖାଯାଉ ବନ ବିଭାଗ ଏହାକୁ ନେଇ ପଦକ୍ଷେପ ନେବା ପୂର୍ବରୁ ନିଜ ଅଫିସ ରେ କାର୍ଯ୍ୟରତ ଦଲାଲ ଙ୍କୁ ଖୋଜି ବାହାର କରିବା ଉଚ୍ଚିତ ବୋଲି ସାଧାରଣ ରେ ଦାବୀ ହେଉଛି l