ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍‌ପି. ସିଏମ୍. ଆସୋସିଏସନ୍ ପକ୍ଷରୁ୍ ଦାବି ପତ୍ର ପ୍ରଦାନ…

add-all

ରାୟଗଡ଼ା : ତା : ୨୫/୦୭ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍‌ପି. ସିଏମ୍. ଆସୋସି ଏସନ୍ ସଭାନେତ୍ରୀ ହୀରା ଦେବୀ ପ୍ରଧାନ ଏବଂ ସବିତା ପରିଚ୍ଛାଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତ ରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ଵେତମ୍ବର ପ୍ରଧାନୀଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସିଆରପି ସିମ୍ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ , ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ଯାଗାମା ପେରିସିକା ଯୋଗଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସିଆର୍‌ପି.ସିଏମ୍. କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ସେମାନଙ୍କର କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । କିନ୍ତୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଅଣଦେଖାକୁ ଦୃଢ଼ ନିନ୍ଦା କରିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ‌ଏହାର ସମାଧାନ ନକରନ୍ତି ତାହାହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଲଳିତା କୁମାରୀ ନାଲାଦୋରା , ସନ୍ଧ୍ୟା ଦଣ୍ଡସେନା , ବନିତା କୈଳାସ ପରିଚାଳନା କରିଥିଲେ ବେଳେ କାର୍ଯ୍ୟକ୍ରମରେ ବ୍ଳକରେ କାର୍ଯ୍ୟରତ ସମସ୍ତ ସିଆର୍‌ପି. ସିଏମ୍ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଦାବି ମଧ୍ୟରେ ସିଆର୍‌ପି. ସିଏମ୍. ମାନଙ୍କ ପାଇଁ ଇନ୍‌ସେନ୍‌ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ । ଏଥି ସହ ଅନ୍‌ଲାଇନ୍ କାର୍ଯ୍ୟ ପାଇଁ ଟାବ୍‌ଲେଟ୍‌ ମେସିନ୍ ପ୍ରଦାନ କରାଯିବା, ସିଆର୍‌ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ ସିଆର୍‌ପି. ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଥିଲା।

ad-week
Leave A Reply

Your email address will not be published.