ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ

add-all

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଉ ଏହି ଦିଲ୍ଲୀ ଗସ୍ତ ଚର୍ଚ୍ଚାର ବିଷୟ ଥିଲା। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦିଲ୍ଲୀରେ ମନମୋହନ ସାମଲ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି କଥା ହୋଇଥିଲେ।

ଏହାସହ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ। ଏହି ଗସ୍ତ ସମୟରେ ସେ ଦଳର ୧୮ ଜଣ ସାଂସଦଙ୍କ ସହ ବୈଠକ କରିଥିଲେ। କିନ୍ତୁ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ।

ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା । ଏହାସହ ଖୁବଶୀଘ୍ର ନୂଆ ସାଙ୍ଗଠନିକ କମିଟି ହେବ। ନୂଆ କମିଟିରେ କିଛି ନୂଆ ଚେହେରା ଆସିପାରନ୍ତି ବୋଲି କହିଛନ୍ତି ମନମୋହନ ।

ad-week
Leave A Reply

Your email address will not be published.