କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଘଟଣା, ୫ ସହଯୋଗୀ ଗିରଫ

youtube

ଭୁବନେଶ୍ୱର : କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ । ଲକ୍ଷ୍ମୀସାଗର ଥାନା ପୋଲିସ ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଛି। ସେମାନେ ହେଲେ ବିବେକ କୁମାର ସ୍ବାଇଁ, ବିକ୍ରମ ମହାନ୍ତି, ଦେବେନ୍ଦ୍ର କୁମାର ଭୋଳ, ସୁମନ କୁମାର ସାହୁ ଓ ରାଜୀବ ଚଂପତି । ସେମାନଙ୍କ ନାଁ ରେ ବିଏନଏସର ବିଭିନ୍ନ ଧାରା ଓ ପସ୍କୋ ଧାରା ମଧ୍ୟ ଲାଗିଛି ।

ସୂଚନା ଅନୁସାରେ କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି।

ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍‌ ଚାଲିନାହିଁ । ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି । ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ । ଛାଡ଼ପତ୍ର ପରେ ଆମେ ବିବାହ କରିବା । ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ । ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ । ତେବେ ଗତ ଏପ୍ରିଲ୍‌ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍‌ରେ ନେଇ ହଠାତ୍‌ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବି‌ଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.