ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ମାମଲା, ଚୁକ୍ତି ବାତିଲ ଆଘାତ ଦେଇଛି : ନବୀନ ପଟ୍ଟନାୟକ

youtube

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାଲିତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ଚୁକ୍ତି ବାତିଲ ଆଘାତ ଦେଇଥିବା କହିଛନ୍ତି ନବୀନ ପଟ୍ଟନାୟକ । ଡବଲ୍ ଇଞ୍ଜିନ ସରକାର ମେଟ୍ରୋ ରେଲ୍ ପରି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ବାତିଲ୍ କରି ଓଡିଶା ଲୋକଙ୍କୁ ପ୍ରତାରଣା କରିଥିବା କହିଛନ୍ତି  । ଡବଲ୍ ଇଞ୍ଜିନ ସରକାରଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ସହରକୁ ୧୦ ବର୍ଷ ପଛକୁ ଠେଲି ଦେବ ବୋଲି ସୋସିଆଲ ମିଡିଆ Xରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ନବୀନ କହିଛନ୍ତି, ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ବିକଶିତ କରିବା ପାଇଁ ଆମେ ସର୍ବଦା ସ୍ୱପ୍ନ ଦେଖିଛୁ। ବିଶ୍ୱସ୍ତରୀୟ ଖେଳ ଭିତ୍ତିଭୂମି, ପ୍ରମୁଖ ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ, ଆଧୁନିକ ଯାତାୟାତ ସୁବିଧା ଓ ଆଇଟି ଇକୋସିଷ୍ଟମ ବିକାଶ ଉପରେ ଧ୍ୟାନ ଦେଇ ମନ୍ଦିର ନଗରୀକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ଚେଷ୍ଟା କରିଛୁ। ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପ ସହରର ଯାତାୟାତ ବ୍ୟବସ୍ଥାକୁ ନୂଆ ରୂପ ଦେଇଥାନ୍ତା।

ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରର ସଂପ୍ରସାରଣ ପାଇଁ ଏହା କାର୍ଯ୍ୟ କରିଥାନ୍ତା। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ୨୦୨୭କୁ ସମୟସୀମା ନିର୍ଦ୍ଧାରଣ କରିଥିଲୁ। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଦ୍ୱାରା କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଥିବା ନୋଟିସରୁ ଜଣାପଡ଼ୁଛି, ଓଡିଶା ସରକାର ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପକୁ ରଦ୍ଦ କରିଛନ୍ତି।

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ସେଗାଲ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ବାତିଲ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ-DMRC। ଚୁକ୍ତିରେ ଛଅଟି ଉନ୍ନତ ମେଟ୍ରୋ ଷ୍ଟେସନର ଡିଜାଇନ ଓ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା। ଏଥିପାଇଁ ସେଗାଲ ଲିମିଟେଡକୁ ୮୯୮କୋଟି ୯୯ ଲକ୍ଷ ଟଙ୍କା ବିଡିଂ ମିଳିଥିଲା। ଏହି ଟେଣ୍ଡରକୁ ବାତିଲ କରାଯାଇଛି ।

Leave A Reply

Your email address will not be published.