୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

youtube

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟର ରେ ଦୁଇ ମହିଳା ମାଓବାଦୀ ସମେତ ୪  ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି  ।  ସେମାନଙ୍କ ଉପରେ ୧୭ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ଥିଲା ।

ଘଟଣା ସ୍ଥଳରୁ SLR ଓ INSAS, ଭଳି ପାଞ୍ଚଟି ଅଟମେଟିକ ବନ୍ଧୁକ ଜବତ ହୋଇଛି  ।  ଏହା ସହ ରକେଟ ବୋମା ଗ୍ରେନେଡ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି  ।  ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । STF , DRG ଏବଂ CRPF ଜବାନଙ୍କ ମିଳିତ ଅପରେସନ ବେଳେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Leave A Reply

Your email address will not be published.