ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ

youtube

ଭୁବନେଶ୍ଵର : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଅଗଷ୍ଟ ୯ରେ ତୃତୀୟ କିସ୍ତି ମିଳିବା ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ୍ ପଡିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉ ଥରେ ସର୍ଭେ ହେବ । ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଦ୍ ପଡିଥିବା ଦୁଇ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି ।

ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ସୁଭଦ୍ରାର ତୃତୀୟ କିସ୍ତି ମିଳିବ । ୨ ଲକ୍ଷ ଲୋକଙ୍କୁ ରିଜେକ୍ଟ କରାଯାଇଛି । ୯୩ ହଜାର ମହିଳାଙ୍କର ୬୦ ବର୍ଷ ପୁରିଥିବାରୁ ସେମାନଙ୍କୁ ଭତ୍ତା ପାଇଁ SSPED ବିଭାଗକୁ ପଠାଯାଇଛି ।

Leave A Reply

Your email address will not be published.