ଆର୍‌ଆଇ ଅମିନ ପରୀକ୍ଷା ବାତିଲ, ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଉ ଥରେ ହେବ ପରୀକ୍ଷା

youtube

ଭୁବନେଶ୍ବର: ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା ।   ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି ।  ୨୮୯୫ ପଦବି ଖାଲି ଥିଲା ।  ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ପିଲା ।  ଅଗଷ୍ଟ ୧ ରୁ ସେପ୍ଟେମ୍ବର ୪ ଯାଏ ହୋଇଥାନ୍ତା ପରୀକ୍ଷା ।

ହାଇକୋର୍ଟରେ ମାମଲା ରୁଜ୍ଜୁ ପାଇଁ ପରୀକ୍ଷା ବାତିଲ କଲା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ।  ମାମଲାର ନିର୍ଦ୍ଦେଶନାମା ଅନୁଯାୟୀ କରାଯିବ ଏହି ମୁଖ୍ୟ ପରୀକ୍ଷା ।  ଏଥିପାଇଁ ପରୀକ୍ଷାର୍ଥୀ ଆୟୋଗଙ୍କ ୱେବସାଇଟ ଦେଖିବାକୁ ପରାମର୍ଶ ।

ପରୀକ୍ଷା ଦେଇଥିଲେ ସେଥିରୁ ୨ ଲକ୍ଷ ୯୩ ହଜାର ପିଲା ।  ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା।

ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଧାରା ୧୦କୁ ଏହା ଉଲଂଘନ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା ।  ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ୍ ଜେନେରାଲ ମାମଲା ପରିଚାଳନା କରିଥିଲେ ।

Leave A Reply

Your email address will not be published.