
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ପୋଷ୍ଟ କରି ଲେଖିଛନ୍ତି କି ଭାରତ, ଋଷ୍ ସହିତ ଅସ୍ତ୍ରଶସ୍ତ୍ର ଓ ତେଲ ବ୍ୟାପାର କରୁଛି, ତେଣୁ ତା ଉପରେ ଜୋରିମାନା ମଧ୍ୟ ଲଗାଯିବ । ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି କି ଆମେରିକା ସହିତ ଭାରତର ବ୍ୟାପାର କ୍ଷତି ବହୁତ ଅଧିକ, ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଯାଉଛି ।
ଟ୍ରମ୍ପ କହିଛନ୍ତି କି ଭାରତ, ଆମେରିକାର ବନ୍ଧୁ । କିନ୍ତୁ ଗତ କିଛି ବର୍ଷରେ ଭାରତ ସହିତ କମ୍ ବ୍ୟାପାର ହୋଇଛି କାରଣ ଦେଶର ଶୁଳ୍କ ବହୁତ ଅଧିକ । ଭାରତର ଅନେକ ନୀତି ଆମେରିକୀୟ କମ୍ପାନୀକୁ ବ୍ୟବସାୟରେ ଅସୁବିଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ଟ୍ରମ୍ପ କହିଛନ୍ତି କି ଭାରତ ଆଜି ମଧ୍ୟ ନିଜ ଅଧିକାଂଶ ଅସ୍ତ୍ରଶସ୍ତ୍ର ଋଷରୁ କ୍ରୟ କରୁଛି । କେବଳ ଏତିକି ନୁହେଁ, ଚୀନ ସହିତ ମିଶି ଭାରତ, ଋଷଠୁ ଅଧିକ ମାତ୍ରାରେ ତେଲ ଓ ଗ୍ୟାସ୍ ମଧ୍ୟ କ୍ରୟ କରୁଛି । ଏହି ସବୁ କାରଣରୁ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୧ ଅଗଷ୍ଟରୁ ୨୫ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି । ଏହା ସହିତ ଜୋରିମାନା ମଧ୍ୟ ଲଗାଯିବ ବୋଲି ଟ୍ରମ୍ପ କହିଛନ୍ତି ।