
କିଭ୍: ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍ ଓ ଡ୍ରୋନ୍ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଛି ରୁଷ୍। ଏହି ଆକ୍ରମଣରେ ଜଣେ ୬ ବର୍ଷୀୟ ଶିଶୁ ସମେତ ପ୍ରାୟ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୫୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ।