ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରା ଦଣ୍ଡାଦେଶ

add-all

ବେଙ୍ଗାଲୁରୁ : ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି। ଗତ ଶୁକ୍ରବାର ଏହି ମାମଲାରେ କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟକ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ଦୁଷ୍କର୍ମ, ଯୌନ ନିର୍ଯାତନା ଏବଂ ପ୍ରମାଣ ନଷ୍ଟ କରିବା ଆଦିରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ପ୍ରଜ୍ଜ୍ବଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ସେ ୨୦୨୪ରେ ଜର୍ମାନୀକୁ ଫେରାର ହୋଇଯାଇଥିଲେ। ମେ ୩୧ରେ ସେ ଭାରତ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଏସଆଇଟି ପକ୍ଷରୁ ୧୮୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଶୁଣାଣି ସମୟରେ ୨୬ ଜଣ ସାକ୍ଷୀଙ୍କୁ ବୟାନଙ୍କୁ ଭିତ୍ତି କରି କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କ ବିରୋଧରେ ଆହୁରି ୩ଟି ମାମଲା ଏବେ ବି ବିଚାରାଧୀନ ରହିଛି।

ad-week
Leave A Reply

Your email address will not be published.