ତାମିଲ ଅଭିନେତା ମାଧନ ବବ୍‌ଙ୍କ ପରଲୋକ

add-all

ତାମିଲ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ମାଧନ ବବଙ୍କର ପରଲୋକ ଘଟିଛି। ଶନିବାର ୭୧ ବର୍ଷ ବୟସରେ ଚେନ୍ନଇର ଆଡିୟାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମାଧନ କିଛି ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ।

ମାଧନ କେବଳ ଜଣେ ଲୋକପ୍ରିୟ ଅଭିନେତା ନ ଥିଲେ, ସେ ଜଣେ ସଙ୍ଗୀତଜ୍ଞ ବି ଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ତାମିଲ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ରହିଆସିଥିଲେ। ୧୯୮୦ ଦଶକରେ ସେ ସିନେମା ଜଗତରେ ପାଦ ଦେଇଥିଲେ। ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ମନଜିଣିଥିଲେ। ମାଧନଙ୍କ ମୃତ୍ୟୁରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.